ଭୁଜାଲି ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

0

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ଗାଁରେ ପ୍ରେମ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ଗାଁର ସୌମ୍ୟ ରଞ୍ଜନ ଦେହୁରୀ(୩୦) ଗାଁର ଜଣେ ଝିଅଙ୍କୁ ଭଲ ପାଉଥିଲେ। ଏ ନେଇ ଗାଁ ଅକ୍ଷୟ ନାଏକଙ୍କ ପୁଅ ଅମୁଲ୍ୟ(୧୯)ଙ୍କ ସହ ପ୍ରାୟ ପାଟିଗୋଳ ହୁଏ। ତେବେ ଶନିବାର ସନ୍ଧ୍ୟାରେ ଅକ୍ଷୟ ଗାଁ ଶିବ ମନ୍ଦିର ନିକଟରେ ସୌମ୍ୟଙ୍କୁ ଦେଖି ପଚାରିଥିଲେ ଯେ, ସେ ତାଙ୍କ ପୁଅ ଅମୁଲ୍ୟ ସହ କାହିଁକି ପାଟିଗୋଳ କରୁଛ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୌମ୍ୟ ଏକ ଭୁଜାଲୀରେ ଅକ୍ଷୟଙ୍କ ମୁଣ୍ଡ ଓ ପିଠିରେ ଚୋଟ ପକାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୌମ୍ୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!