ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅସଦ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଶିବରାତ୍ରୀରେ ନାଳିକା ପାରିପରା ଗାଁର ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ପାରିପରା ଗାଁର ସାର୍ତ୍ତୁକ ବେହେରା(୨୬) ନାମକ ଜଣେ ଯୁବକ ନାବାଳିକାଙ୍କୁ ଅସଦ୍ ବୃବହାର କରିଥିଲେ। ଭୟରେ ନାବାଳିକା ଘରକୁ ପଳାଇ ଆସିଥିଲେ। ତେବେ ସାର୍ତ୍ତୁକ ନାବାଳିକାଙ୍କ ଘରେ ପହଞ୍ଚି ଗାଳି ଗୁଲଜକରି ପାଟିଗୋଳ କରିଥିଲେ। ଏ ନେଇ ନାବାଳିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ସାର୍ତ୍ତୁକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ନାବାଳିକା ଅସଦବ୍ୟବହାର ଅଭିଯୋଗରେ ଯୁବକ ଗିରଫ
- Post published:February 22, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
