ନାବାଳକ ଅପହରଣ ଅଭିଯୋଗରେ ଜଣେ ଗିରଫ

You are currently viewing ନାବାଳକ ଅପହରଣ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପରତରା ଗାଁରୁ ଜଣେ ନାବାଳକଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପରତରା ଗାଁର ବିଜୁଳି ନାଏକ(୩୨)ଙ୍କ ଘରେ ଗତ ୧ ବର୍ଷ ତଳେ ଜାଜପୁର ଜିଲ୍ଲା ବରି ଅଞ୍ଚଳର ରମେଶ ଦଳେଇ(୩୮) ନାମକ ଜଣେ ରାଜମିସ୍ତ୍ରୀ ଭଡ଼ାରେ ରହୁଥିଲେ। ଏକ ବର୍ଷ ତଳେ ଧାର ଆକାରରେ ରମେଶ ବିଜୁଳିଙ୍କ ଠାରୁ ୨୨ ହଜାର ଟଙ୍କା ନେଇଥିଲେ। ନିକଟରେ ବିଜୁଳି ରମେଶଙ୍କୁ ତାଙ୍କ ଧାର ନେଇଥିବା ଟଙ୍କା ମାଗିଥିଲେ। ରମେଶ ସମୟ ଗଡ଼େଇ ଚାଲିଥିଲେ। ତେବେ ମଙ୍ଗଳବାର ସକାଳେ ରମେଶ ବିଜୁଳିଙ୍କ ୯ବର୍ଷର ପୁଅକୁ ଅପହରଣକରି ନେଇଥିଲେ। ଏ ନେଇ ବିଜୁଳି ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ତତ୍ପରହୋଇ ଧବଳେଶ୍ବର ନୂଆ ପୋଲ ନିକଟରୁ ରମେଶଙ୍କୁ ଗିରଫକରିବା ସହ ନାବାଳକଙ୍କୁ ଉଦ୍ଧାର କରିଛି। ରମେଶଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Share

Leave a Reply