ପାଳଲହଡ଼ାରେ ଜଙ୍ଗଲୀ ଜନ୍ତୁ ଶିକାର ବେଳେ ଜଣେ ଗିରଫ

You are currently viewing ପାଳଲହଡ଼ାରେ ଜଙ୍ଗଲୀ ଜନ୍ତୁ ଶିକାର ବେଳେ ଜଣେ ଗିରଫ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଂଚାୟତର ଲଷ୍ମୀପ୍ରିୟାପୂର ଗାଁ ନିକଟ ସାରବେଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର କରୁଥିବା ବେଳେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି।

ସୂଚନା ଅନୁସାରେ, ବନ ବିଭାଗ ଓ ବିଦ୍ୟୁତ ବିଭାଗର ମିଳିତ ଅଭିଯାନରେ ଲଷ୍ମୀପ୍ରିୟାପୂର ଗାଁର ବଳରାମ ନାଏକ (୩୫) ନାମକ ଜଣେ ଶିକାରୀକୁ ବିଦ୍ୟୁତ ତାର ହୁକ ବ୍ୟବହାର କରି ଶିକାର କରୁଥିବା ଅବସ୍ଥାରେ ଧରାଯାଇଛି।

ବନ ବିଭାଗ ତାର ଓ ଅନ୍ୟାନ୍ୟ ଶିକାର ସରଞ୍ଜାମ ଜବତ କରିଛି। ଗିରଫ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି। ଏହି ଅଭିଯାନରେ ରେଞ୍ଜର ଶିଶିର କୁମାର ଦଳାଇ, ଫୋରେଷ୍ଟର ଘନଶ୍ୟାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply