ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍। ତାଳଚେର ଥାନା ପୁଲିସ୍ ସୋମବାର ଭୋର୍ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଗାଡ଼ି ଦୁଇଟିରେ ୧୨ଟି ବଳଦ ଥିବା ବେଳେ ବୁଢ଼ାପଙ୍କ ଅଞ୍ଚଳରୁ କାମାକ୍ଷାନଗର ରାସ୍ତାରେ କଟକ ଚାଲାଣ ହେଉଥିଲା ବୋଲି ପଚରାଉଚୁରା ବେଳେ ଜଣାପଡିଥିଲା। ଗୋ ଚାଲାଣ ଅଭିଯୋଗରେ ପୁଲିସ୍ ତେନ୍ତୁଳିହତା ଗ୍ରାମର ମନୋଜ ନାଏକ, ଅନିଲ୍ ନାଏକ, ହଟିଆ ନାଏକ, ମଧୁରି ନାଏକ ଓ ଶ୍ରୀକାନ୍ତ ନାଏକକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଗୋରୁକୁ ଅନୁଗୁଳ ଗୋ-ଶାଳାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ଧରାପଡିଲେ ଗୋ-ଚାଲାଣକାରୀ
- Post published:January 5, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
