ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

You are currently viewing ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାଳଲହଡା: ପାଳଲହଡା ଥାନା ଅନ୍ତର୍ଗତ ବତିସୁଂଆ ପଞ୍ଚାୟତ ପୁରୁଣାପାଣି ଛକ ନିକଟରେ ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ କୁରୁମୁଳା ଗ୍ରାମର ପ୍ରତାପ ଦେହୁରୀ ରଞ୍ଜୋ ସ୍ତ୍ରୀଙ୍କ ସହିତ ଶ୍ୱଶୁର ଘରକୁ ରଜ ପାଳିବାକୁ ଆସିଥିଲେ। ରାତିରେ ରଞ୍ଜୋ ଗାଁର ମନୋଜ ବୋଇତାଙ୍କ ସହିତ ଏକ ସ୍କୁଟିରେ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ପୁରୁଣାପାଣି ଛକ ନିକଟରେ ତାଳଚେର ପଟୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ଶନିବାର ସକାଳେ ପାଳଲହଡା ପୋଲିସ ମନୋଜଙ୍କୁ ଗୁରୁତର ଅବସ୍ଥାରେ ପାଖ ଜଙ୍ଗଲରୁ ଉଦ୍ଧାର କରି ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପାଳଲହଡ଼ା ପୋଲିସ ଘଟଣାରେ ଏକ କେସ୍ ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ପ୍ରତାପଙ୍କ ମୃତ ଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share

Leave a Reply