ଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

0

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ଛକରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତମକୁ କଟକ ବଡ଼ ମେଡିକାଲ ନିଆଯାଉଥିବା ବେଳେ ବାଟରେ ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ପାପସରା ଗ୍ରାମର ବିନୋଦ ସାହୁ ଓ ତାଙ୍କ ସହଯୋଗୀ ଉରୁକୁଳା ଗ୍ରାମର ଅମର ସେଠୀ ଏକ ବାଇକ ଯୋଗେ ବଇଣ୍ଡାକୁ ଯାତ୍ରା ଦେଖିବାକୁ ଯାଉଥିଲେ। ସେହିପରି ଜରପଡ଼ା ଥାନା ଅଞ୍ଚଳର ୨ ଜଣ ବ୍ୟକ୍ତି ବାଇକ ଯୋଗେ ଲୁହାମୁଣ୍ଡାକୁ ଯାତ୍ରା ଦେଖିବାକୁ ଆସୁଥିଲେ। ବଇଣ୍ଡା ଛକ ଠାରେ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତେ ଗୁରୁତର ହୋଇଥିଲେ। କିନ୍ତୁ ମେଡିକାଲରେ ବିନୋଦଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ବଇଣ୍ଡା ଫାଣ୍ଡି ପୋଲିସ ୨ ଗାଡ଼ିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

error: Content is protected !!