ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦାରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ସେହି ଗାଁର ତ୍ରିପୁର ବେହେରା।
ସୂଚନା ଅନୁସାରେ, ଦୀପାବଳି ଥିବାରୁ ତ୍ରିପୁର ଆଜି ସକାଳୁ ଘରେ ବାଣ ଭିଡୁଥିଲେ। କିନ୍ତୁ କୌଣସି କାରଣବଶତଃ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡ଼ିଯାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଖବର ପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଣ କାରଖାନା ଅନୁମତି ନେଇ କରାଯାଇଛି ନା ବେଆଇନ ଭାବରେ ଚାଲିଥିଲା ସେ ନେଇ ଯାଞ୍ଚ କରୁଛି ପୋଲିସ।