ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବର୍ ଖାନା ନିକଟ ରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ବାଇକ୍ ସହ ଷଣ୍ଢର ଧକ୍କା ହେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅନିଲ ମିଶ୍ର। ତାଙ୍କ ଘର ଅନୁଗୁଳ ରାଜକିଶୋର ପଡ଼ା ଅଞ୍ଚଳରେ। ସେ ବସ ଷ୍ଟାଣ୍ଡରେ ଶୀତ ବସ୍ତ୍ର ବ୍ୟବସାୟ କରୁଥିଲେ। ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ଷଣ୍ଢଟି ରାସ୍ତା ଆଗକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା।ଅନିଲ ଷଣ୍ଢ ସହ ବାଡେଇ ହୋଇ ପାଖରେ ଥିବା ଏକ ଅଚଳ ଟ୍ରକ୍ ସହ ପିଟି ହୋଇଯାଇଥିଲେ। ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା। ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି। କାଞ୍ଜିଆ ହୁଦା ନଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟିଛି।ସେହିଭଳି ସହର ଭିତରେ ରାସ୍ତା କଡ଼ରେ ଅନେକ ଅଚଳ ଟ୍ରକ୍ ବସ ବେଆଇନ ଭାବେ ରଖା ଯାଇଛି ଏହା ଦ୍ବାରା ମଧ୍ୟ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
ଷଣ୍ଢ ସହ ଧକ୍କାରେ ବାଇକ୍ ଆରୋହୀ ମୃତ
- Post published:February 1, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul