ପାଳଲହଡା : ସ୍ଥାନୀୟ ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ ଆଜି ଏକ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପଞ୍ଚମହଲା ଗାଁର ଲୋକନାଥ ନାୟକ ବୋଲି ଜଣାପଡ଼ିଛି।
କାରଟି ଦ୍ରୁତ ଗତିରେ ପାଳଲହଡାରୁ ଖମାର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ଘଟାଇଥିବା ଇଣ୍ଡିଗୋ କାର (ଓଡି ୧୫ଡି ୭୮୯୭) ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ପାଳଲହଡା ପୋଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପାଳଲହଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।