ପରିବା କିଣିବା ବେଳେ ମାଡ଼ିଗଲା ଟ୍ରାକ୍ଟର, ଜଣେ ମୃତ

You are currently viewing ପରିବା କିଣିବା ବେଳେ ମାଡ଼ିଗଲା ଟ୍ରାକ୍ଟର, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଟାଉନ୍ ସିପ ଠାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ ଗ୍ରାମର ଦୁର୍ଗା ଚରଣ କାମିଲା (୪୯)। ଦୁର୍ଗା ଚରଣ ଟାଟା କମ୍ପାନୀରେ କାମ କରନ୍ତି।

ସୂଚନା ମୁତାବକ, ଦୁର୍ଗାଚରଣ ହସ୍ପିଟାଲକୁ ଯାଇ ଘରକୁ ଫେରୁଥିବା ସମୟରେ ପରିବା ପାଇଁ ଅଟକିଥିଲେ। ଏହି ସମୟରେ ଏକ ନମ୍ୱର୍ ବିହୀନ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ମଧ୍ୟ ଦୁର୍ଗା ନିଜେ ସେଠାରୁ ଉଠି ନିଜ ଶଳାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତେବେ ସେଠାରୁ ଜଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ପାଖରେ ଥିବା ନାଲକୋ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଏ ନେଇ ଦୁର୍ଗାଚରଣ କାମିଲାଙ୍କ ଶଳା ରଞ୍ଜନ ହାତୀ (୩୭) ନାଲକୋ ଥାନା ଲିଖିତ ଅଭିଯୋଗ କରିଛନ୍ତି। ଅନୁଗୁଳ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାଯାଇଛି।

Share

Leave a Reply