ଅନୁଗୁଳ:ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ମଙ୍ଗଳବାର ସକାଳେ ଏକ ଟ୍ରକ୍ ତଳେ ଚାପିହୋଇ ମିକ୍ସଚର ମେସିନ ଅପରେଟରଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଏକ ଠିକା ସଂସ୍ଥାର କ୍ୟାମ୍ପ ଅଫିସରେ ଏକ ମିକ୍ସଚର ମେସିନ ଟ୍ରକ୍(ଓଆର ୧୯- ୩୭୨୧)ଠିଆ ହୋଇଥିଲା। ଏହି ମିକ୍ସଚର ମେସିନ ଅପରେଟର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କୁଷପଙ୍ଗୀ ଗାଁର ଉପେନ୍ଦ୍ର କୁମାର ସ୍ବାଇଁ(୪୦) ଟ୍ରକର ପଛପାଖରେ କିଛି କାମ କରୁଥିଲେ। ତେବେ ଟ୍ରକ୍ ଚାଳକ ଏହା ଜାଣିନପାରି ଟ୍ରକକୁ ପଛକୁ କରୁଥିବା ବେଳେ ଉପେନ୍ଦ୍ର ଟ୍ରକର ପଛ ଚକ ତଳେ ଚାପିହୋଇ ଯାଇଥିଲେ। ପାଟି ଶୁଣି ଟ୍ରକ୍ ଚାଳକ ଟ୍ରକକୁ ଆଗକୁ କରିଥିଲେ। ଗରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ଅନୁଗୁଳ ଚିକିତସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତକରିଛି। ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ଏକ ମାଲା ରୁଜୁକରି ପୋଲିସ ଶବ ବ୍ୟବଛେଦ କରାଇଛି।
ଟ୍ରକ୍ ଚାପାରେ ମିକ୍ସଚର ମେସିନ ଅପରେଟର ମୃତ
- Post published:April 18, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul