କିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

You are currently viewing କିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଆଠମଲ୍ଲିକ : ଉପଜିଲ୍ଲାପାଳ ତରଣୀ ସୁନା ବୁଧବାର ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗାଁ ବୁଲି କିଡନୀ ରୋଗୀଙ୍କୁ ଭେଟିଥିଲେ। ଏ ଅବସରରେ ସେ ଗୁରୁତର ଧନେଶ୍ୱର ବେହେରା (୪୫)ଙ୍କ ଘରେ ପହଞ୍ଚି ତାଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ତେବେ ଗୁରୁବାର ସକାଳ ୫ ଟାରେ ଧନେଶ୍ୱରର ମୃତ୍ୟୁ ଘଟିଛି। ଧନେଶ୍ୱରଙ୍କ ଅକାଳ ମୃତ୍ୟୁର ଖବର ପାଇ ଉପଜିଲ୍ଲାପାଳ ତୁରନ୍ତ ତହସିଲଦାର ଯଶୋବନ୍ତ ଦେହୁରୀ ଓ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ତାଙ୍କ ଘରକୁ ପଠାଇଥିବା ଜଣାଯାଇଛି। ତହସିଲଦାର ଶ୍ରୀ ଦେହୁରୀ, ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ୱାଳ ଓ ଠାକୁରଗଡ଼ ରାଜସ୍ବ ନିରୀକ୍ଷକ ଧ୍ରୁବଚରଣ ନାୟକ ମୃତ ଧନେଶ୍ୱରଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Share

Leave a Reply