ଗାଧୋଇବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଯୁବକ ମୃତ

You are currently viewing ଗାଧୋଇବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଯୁବକ ମୃତ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ସାଳଖମଣରେ ରବିବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ରବିବାର ଅପରାହ୍ନରେ ଦିନ ୧ଟା ବେଳେ କ୍ଷମାନିଧି ପ୍ରଧାନ (୪୫) ଗାଁ ମୁଣ୍ଡରେ ଥିବା ବଡ଼ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। କ୍ଷମା ବୁଡ଼ି ଯିବା ଦେଖି ସେଠାରେ ଥିବା ୨ ଜଣ ପିଲା ଗାଁରେ ଖବର ଦେଇଥିଲେ। କ୍ଷମାଙ୍କ ପରିବାର ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଛେଣ୍ଡିପଦା ଦମକଳ ବିଭାଗକୁ ଖବର ଦେଇଥିଲେ।

ଦମକଳ ବାହିନୀ ପହଞ୍ଚିବା ବେଳକୁ ଗାଁ ଲୋକେ ତାଙ୍କୁ କୂଳକୁ ଆଣିଥିଲେ। ସେତେ ବେଳକୁ କ୍ଷମାଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Share

Leave a Reply