ହାତୀ ଆକ୍ରମଣରେ ଜଣେ ଆହତ

You are currently viewing ହାତୀ ଆକ୍ରମଣରେ ଜଣେ ଆହତ

ଅନୁଗୁଳ: ଶନିବାର ସକାଳେ ବାଲିମି ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ଷୋଳନାଳି ଗାଁର ବଟ କୃଷ୍ଣ ସ୍ୱାଇଁ ନିଜ ବିଲ ଆଡକୁ ଯାଉଥିବାବେଳେ ହଠାତ ଗୋଟିଏ ହାତୀ ପାଖ ବୁଦା ଉହାଡରୁ ବାହାରି ବଟକୃଷ୍ଣ ଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ବଟ ବିଲ ମଝିରେ ଥିବା ମାଟିରେ ପଡିବାରୁ ଆହତ ହୋଇଥିଲେ। ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି। ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି କି ଶତାଧିକ ହାତୀ ଗାଁ ଚାରିପଟେ ଅଛନ୍ତି। ଗାଁ ଲୋକେ ରାତିସାରା ନିଆଁ ଜାଳି ରହୁଛନ୍ତି। ଆଜିର ଘଟଣା ପରେ କୌଣସି ପିଲା ଗାଁ ସ୍କୁଲକୁ ଯାଇ ନାହାନ୍ତି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply