ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସୁରାବ ଗାଁ ର ପବିତ୍ର କୁମାର ବେହେରା(୪୫)ଙ୍କୁ ଠକେଇ କରିଥିବା ଅଭିଯୋଗ ରେ ପୁଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି। ସୂଚନା ଯେ, ପବିତ୍ର ପ୍ରଧାନନ୍ତ୍ରୀ ଆବାସ ଯୋଜନା ପାଇଁ ଅନୁଗୁଳ ବ୍ଲକ୍ରେ ଆବେଦନ କରିଥିଲେ। ତେବେ ଆବାସ ପାଇବାରେ ବିଳମ୍ବ ହେବା ନେଇ ଚିନ୍ତିତ ଥିଲେ। ଏହି ସମୟରେ ଗୁଞ୍ଜାପାଳ ଗାଁର ରାକେଶ ନାଏକ(୨୧) ନାମକ ଜଣେ ଯୁବକ ନିଜକୁ ଜିଲ୍ଲା କାର୍ଯ୍ୟାଳୟର କ୍ଲର୍କ ବୋଲି ପରିଚୟ ଦେଇ ଆବାସ କରାଇ ଦେବାକୁ କହିଥିଲେ। ଏଥିପାଇଁ ସେ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ନେଇଥିଲେ। ପୁଣି ବୁଧବାର ୧୦ ହଜାର ଟଙ୍କା ଦେଇଥିଲେ। ତେବେ ପବିତ୍ର ଙ୍କ ସନ୍ଦେହ ହେବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରାକେଶଙ୍କୁ ବୁଧବାର ରାତି ରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।
ଠକେଇ ଅଭିଯୋଗରେ ଯୁବକ ଗିରଫ
- Post published:May 27, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul