ଜିନ୍ଦଲ କମ୍ପାନୀ ପରିସରରୁ ଲୁହ ଆଙ୍ଗେଲ ଚୋରି କରି ଜଣେ ଗିରଫ

You are currently viewing ଜିନ୍ଦଲ କମ୍ପାନୀ ପରିସରରୁ ଲୁହ ଆଙ୍ଗେଲ ଚୋରି କରି ଜଣେ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଜିନ୍ଦଲ କମ୍ପାନୀରୁ ଲୁହା ଆଙ୍ଗେଲ ଚୋରି କରିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଜିନ୍ଦଲ କମ୍ପାନୀର ପାଚେରୀ ଡେଇଁ ଜଣେ ଯୁବକ କମ୍ପାନୀ ପରିସରରେ ପଶିଥିଲା। ସେ ଲୁହା ଆଙ୍ଗେଲକୁ ପାଚେରୀ ଆରପାଟକୁ ଫୋପାଡୁ ଥିବା ବେଳେ ଶବ୍ଦ ଶୁଣି ସୁରକ୍ଷା କର୍ମୀ ଆସିଥିଲେ। ଯୁବକ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ବେଳକୁ ଆଉ ଜଣେ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ି ବସିଥିଲା। ଯୁବକ ଜଣକ ହେଲେ ଜରସିଂହା ଗ୍ରାମର ବରୁଣ ପରିଡା।

ବରୁଣକୁ ନିଶା ଶିଳ୍ପାଞ୍ଚଳ ଥାନାରେ ଜିମା ଦେବା ସହିତ ସୁରକ୍ଷା କର୍ମୀ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ନିଶା ଥାନା ପୋଲିସ ୧୪୩/୨୪ରେ ଏକ ମାମଲା ରୁଜୁ କରି ବରୁଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply