ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ୪୦ ଲିଯର ଦେଶୀମଦସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, କନ୍ଧବେରେଣୀ ଗାଁର ନନ୍ଦ ନାଏକ ତାଙ୍କ ବାଇକ୍(ଓଆର୧୯ଏନ୍-୮୯୧୪)ରେ ୪୦ ଲିଟର ଦେଶୀମଦ ନେଇ ଯାଉଥିବା ବେଳେ ଅନୁଗୁଳ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ଅଧିକାରୀମାନେ ତାଙ୍କୁ ଯାଞ୍ଚ କରିଥିଲେ। ତାଙ୍କ ବାଇକରେ ଏକ ବ୍ଲାଡରେ ପ୍ରାୟ ୪୦ ଲିଟର ଦେଶୀମଦ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ଏକ ମାମଲା ରୁଜୁକରାଯାଇ ନନ୍ଦଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଦେଶୀମଦ ଓ ବାଇକକୁ ଜବତ କରାଯାଇଛି।
୪୦ ଲିଟର ଦେଶୀମଦସହ ଜଣେ ଗିରଫ
- Post published:March 16, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul