ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନର ‘ଅପରେସନ ପ୍ରହାର’ ଜାରି ରହିଥିବାବେଳେ ଜରପଡ଼ା ଥାନା ଅନ୍ତର୍ଗତ ଷ୍ଟେସନ ନିକଟ ଏକ ଫାର୍ମ ହାଉସରେ ଚଢ଼ାଉ କରାଯାଇଛି। ପୋଲିସ ଏଠାରୁ ୧ କ୍ଵିଣ୍ଟାଲ ୧୬ କିଲୋଗ୍ରାମ ଗଞ୍ଜେଇ ସହ ନଗଦ ୧ ଲକ୍ଷ ୬୬ ହଜାର ୮ଶହ ଟଙ୍କା ଜବତ କରିଛି।
ଏକ କାର୍ ଭିତରୁ ୨ ବସ୍ତା ଏବଂ ଘର ଭିତରୁ ୫ ବସ୍ତା ଗଞ୍ଜେଇ ଜବତ କରାଯାଇଛି। ଜରପଡ଼ା ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ପ୍ରସାଦ ସିଂହ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ଏହି ଘଟଣାରେ ସମ୍ପୃକ୍ତ ଜରପଡ଼ା ଗ୍ରାମର ଅରବିନ୍ଦ ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।











