ଅନୁଗୋଳ: ଦୁଇ ଦିନରେ ୨୨ ଟି ବିକଟାଳ ଶବ୍ଦ କରୁଥିବା ବାଇକ୍ ଗୁଡିକୁ ଟାର୍ଗେଟ କରି ତାଳଚେର କୋଲିୟରୀ ପୋଲିସ ପକ୍ଷରୁ ଛକ, ମାର୍କେଟ, ରାଜପଥ ଓ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।
ଗତକାଲି ତାଳଚେର ଟାଉନ୍ ପୋଲିସ ୧୨ଟି ବୁଲେଟ୍ ଜବତ କରିଥିବା ବେଳେ କୋଲିୟରୀ ପୋଲିସ ୧୦ଟି ଜବତ କରିଛି। ଏଥି ସହ ୬୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏହି ବୁଲେଟ୍ ଗୁଡିକ ପ୍ରଚଣ୍ଡ ଶବ୍ଦ ଓ ବସ୍ ଭଳି ହର୍ଣ୍ଣ ବଜାଇ ମାର୍କେଟରେ ଚଳାଚଳ କରୁଥିବାରୁ ବୃଦ୍ଧ, ଶିଶୁ ଓ ହୃଦରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରାଯାଇଛି।











