ଓପିଜିନ୍ଦଲ ସ୍କୁଲ ପକ୍ଷରୁ ଛାତ୍ରସଂସଦ ପଦବୀ ପ୍ରଦାନ ସମାରୋହ

You are currently viewing ଓପିଜିନ୍ଦଲ ସ୍କୁଲ ପକ୍ଷରୁ ଛାତ୍ରସଂସଦ ପଦବୀ ପ୍ରଦାନ ସମାରୋହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ) ପରିସରରେ ଥିବା ଓପି ଜିନ୍ଦଲ ସ୍କୁଲ ପରିସରରେ ଛାତ୍ର ସଂସଦ ପକ୍ଷରୁ ଦୁଇ ଦିନିଆ ପଦବୀ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଛାତ୍ର ସଂସଦର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ବ୍ୟାଜ ଓ ବ୍ୟାଣ୍ଡ ଦିଆଯାଇ ସମ୍ମାନିତ କରାଯାଇଥିଲା। ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଛାତ୍ରସଂସଦ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବାସହ ଜୀବନର ପ୍ରତିଟି କ୍ଷେତ୍ରରେ ପରିଶ୍ରମୀ, ନିଷ୍ଠ।ବାନ ଓ ସଚ୍ଚୋଟ ହେବାପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଛାତ୍ର ସଂସଦର କର୍ମକର୍ତ୍ତାମାନଙ୍କୁ ଶୃଙ୍ଖଳିତ, ସତର୍କ ଦାୟିତ୍ବ ସମ୍ପନ୍ନ ହେବାସହ ଦେଶର ସମ୍ବିଧାନ ପ୍ରତି ଅଙ୍ଗିକାର ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ସମାରୋହର ପ୍ରଥମ ଦିବସରେ ବିଶିଷ୍ଟ ଶିକ୍ଷାବିତ ତଥା ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଛାତ୍ର ସଂସଦର ନୂତନ କର୍ମକର୍ତ୍ତାମାନଙ୍କୁ ନୀତିନିଷ୍ଠ ଓ ସାଧୁତାରସହ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ।

ସ୍କୁଲର ଅଧ୍ୟକ୍ଷ ଅତନୁ ରଥ ଛାତ୍ର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବାସହ ଚାରିଗୋଟି ଗୁଣାବଳୀ ମାନିବାକୁ ଉପଦେଶ ଦେଇଥିଲେ। ଏସ୍ସିଆରଟିର ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷାବିତ ଧରଣୀଧର ନାଥ ସମାରୋହର ଦ୍ଵିତୀୟ ଦିବସରେ ଯୋଗଦେଇ ଛାତ୍ର ପ୍ରତିନିଧିମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କମଧ୍ୟରେ ଜିନ୍ଦଲ ମହିଳା ସମିତି ସଭାନେତ୍ରୀ ଅନିତା ମିତ୍ତଲ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବାସହ ସେମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୁପେ ନିର୍ବାହ କରିବାକୁ ପରାମର୍ଶ୍ଵ ଦେଇଥିଲେ। ରମଣ ରାଜ ଶ୍ରୀବାସ୍ତବ ଏବଂ ସୁଶ୍ରୀ ପି ଅନ୍ୱେଶାକିରଣ ସିନିଅର ସେକେଣ୍ଡାରୀ ବିଭାଗର ହେଡବୟ ଓ ହେଡଗାର୍ଲ ଭାବେ ନିର୍ବାଚିତ ହୋଇଥିଲେ। ରିୟାଂଶ ବଶିଷ୍ଠ ଓ ସୁକୀର୍ତି ପ୍ରଜ୍ଞା ନାୟକ ହେଡବୟ ଓ ହେଡଗାର୍ଲ ଭାବେ ପ୍ରାଥମିକ ବିଭାଗର ଦାୟିତ୍ୱ ନେଇଥିଲେ। ସମସ୍ତ ନିର୍ବାଚିତ ଛାତ୍ରପ୍ରତିନିଧିମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ ନିର୍ବାହ କରିବାକୁ ଶପଥ ନେଇଥିଲେ। ଏହି ସମାରୋହରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଷଷ୍ଠଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ, ଅଭିଭାବକ ଆଦି ଯୋଗ ଦେଇଥିଲେ।

Share

Leave a Reply