ଅନୁଗୁଳ: ଅନୁଗୁଳ ତହସିଲ୍ ଅନ୍ତର୍ଗତ ଛେଳିଆପଡା ଗ୍ରାମ ପଞ୍ଚାୟତର ଛେଳିଆପଡା ହାଇ ସ୍କୁଲ ନିକଟରେଥିବା ଗୋଚର ଜମିରେ ଘର ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଜମିରେ କିଛି ଦିନ ପୂର୍ବେ ନଳ କୂଅ ଖୋଳା ଯାଇ ବିଦ୍ୟୁତ ଟ୍ରାନ୍ସଫର୍ମର ବସିଥିଲା। ଗ୍ରାମବାସୀ ଏହା ଦେଖି କାମ କରୁଥିବା ଲୋକଙ୍କୁ ପଚାରିବାରୁ ସେମାନେ କହିଲେ ଯେ, ଏହା ସରକାରୀ ପ୍ରୋଜେକ୍ଟ ହେଉଛି। ଗ୍ରାମବାସୀ ମାନେ ଏହା ଦେଖି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। କିନ୍ତୁ କିଛି ଫଳ ମିଳିନଥିଲା। ମଙ୍ଗଳବାର ମେସିନ୍ ସାହାଯ୍ୟରେ ଗାତ ଖୋଳା ଯାଉଥିବା ବେଳେ ଗ୍ରାମ ସଭାପତି, ସ୍ଥାନୀୟ ସରପଞ୍ଚ କୁମର ମୁଦୁଲି ଓ ଗ୍ରାମବାସୀମାନେ ଏହାକୁ ବାରଣ କରିଥିଲେ। ଖୋଳା ଯାଇଥିବା ଗାତକୁ ଭର୍ତି କରିବା ପାଇଁ ଦାବୀ କରିବା ସହିତ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଅଟକ ରଖି ଥିଲେ। ତେବେ ଏହା ରାଜ୍ୟ ସରକାରଙ୍କ ଏକ କୃଷି ବିଭାଗର କାର୍ଯ୍ୟ ଅଟେ ବୋଲି କାର୍ଯ୍ୟକରୁଥିବା ଲୋକମାନେ କହିଥିଲେ। ପରେ ଅଟକ ରହିଥିବା କର୍ମଚାରୀ ମାନେ ଅନୁଗୁଳ ସଦର ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଖୋଳା ଯାଇଥିବା ଗତକୁ ଭର୍ତ୍ତି କରାଯାଇଥିଲା।
ଗୋଚର ଜମିରେ ଘର ନିର୍ମାଣକୁ ବିରୋଧ
- Post published:July 5, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul