୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ଦାୟିତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗାୟତ୍ରୀ କନଷ୍ଟ୍ରକସନ୍‌ ପ୍ରାଇଭେଟ ଲିର ଅଧସ୍ତନ ଉପ ଚୁକ୍ତିଭିତିକ ସଂସ୍ଥାର ଦାୟିତ୍ବ ନେଇଥିବା ଅଗ୍ରୱାଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିଂ କର୍ମଚାରୀମାନଙ୍କର(ଗାୟତ୍ରୀ କନଷ୍ଟ୍ରକସନ୍‌ ପ୍ରାଇଭେଟ ଲି) ବକେୟା ଓ ଅନ୍ୟାନ୍ୟ ଶ୍ରମିକ ପାଉଣା ଭେଣ୍ଡର୍ସ ଏବଂ ଯୋଗାଣକାରୀ ସଂସ୍ଥା ଇତ୍ୟାଦିକୁ ତାଙ୍କର କ୍ୟାମ୍ପ ପରିଚାଳନା ନିମନ୍ତେ ଯୋଗାଇ ଦେବ।ଉପଯୁକ୍ତ ସମନ୍ବୟ ରଖି ସମସ୍ତ ପ୍ରକାର ପାଉଣା ଚୁକ୍ତି କରିବା ସହ ଅଗ୍ରୱାଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିଃକୁ କ୍ୟାମ୍ପ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିବ। ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର ନିମନ୍ତେ ଆବଶ୍ୟକ ଅନୁମତି ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ସମସ୍ତ ତହସିଲଦାରମାନଙ୍କୁ ବାଲି, ମେଟାଲ, ଚିପସ୍ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟ ଅସ୍ଥାୟୀ ପରମିଟ୍ ଭାବେ ନୂତନ ଏଜେନ୍‌ସିକୁ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରିଚାଳନା ଦାୟିତ୍ବରେ ଥିବା ଲୋକ ଓ ଶ୍ରମିକମାନଙ୍କର ପ୍ରତିକୂଳ ବିରୋଧ ସୃଷ୍ଟି ହେଉଥିବାରୁ କ୍ୟାମ୍ପ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ତେଣୁ ଅଗ୍ରୱାଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିର ଅଧିକାରୀମାନେ ସମ୍ପୃକ୍ତ ଉପଜିଲ୍ଲାପାଳ ଓ ଉପଖଣ୍ଡ ପୁଲିସ ଅଧିକାରୀମାନଙ୍କର ଆବଶ୍ୟକ ସ୍ଥଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହୟତା ନେବାକୁ ସ୍ଥିର କରାଗଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଡେପୁଟୀ କଲେକ୍ଟର ମନିଷା ଗୁପ୍ତା, ଗାୟତ୍ରୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲି ଓ ଅଗ୍ରୱାଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!