birthday

ଅନୁଗୁଳ ମାଉସୀ ମନ୍ଦିରରେ ହେରା ପଞ୍ଚମୀ

0

ଅନୁଗୁଳ: ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ, ବଳଭଦ୍ର ଭଉଣୀ ଶୁଭଦ୍ରାଙ୍କୁ ଧରି ଜନ୍ମ ବେଦୀକୁ ଯାଇଥିବା ବେଳେ ମା’ ଲଷ୍ମୀଙ୍କୁ ଡାକି ନ
ଥିବାରୁ ରାଗ ଓ ଅଭିମାନରେ ସେ ଝଗଡା କରିବାକୁ ବାହାରନ୍ତି। ଏ ଅବସରରେ ସନ୍ଧ୍ୟା ସାତଟାରେ ଶୈଳ ଶ୍ରୀକ୍ଷେତ୍ରରୁ ଶୁସଜ୍ଜିତ ବିମାନରେ ନିଜ ଦେଵଦାସୀ ଏବଂ ସେବାୟତ ମାନଙ୍କୁ ନେଇ ମା’ ଲଷ୍ମୀ ବାହାରି ଥିଲେ ବାଟରେ ବସ ଷ୍ଟାଣ୍ଡ ନୀଳକମଲ ପ୍ରାଙ୍ଗଣରେ ମା’ ଲଷ୍ମୀଙ୍କୁ ଛେନା ଓ ମିଠାରେ ମାଜଣା କରାଯିବା ପରେ ମାଉସୀ ମା’ ମନ୍ଦିରକୁ ବାହାରିଥିଲେ। ସେଠାରେ ମା’ ଲଷ୍ମୀ ଓ ଜଗନ୍ନାଥଙ୍କ ସେବାୟତ ମଧ୍ୟରେ ପାରମ୍ପରିକ ବଚନୀକା ପରେ ମା’ ଲଷ୍ମୀ ନନ୍ଦିଘୋଷରୁ କାଠ ଖଣ୍ଡେ ଭାଙ୍ଗି ଶ୍ରୀ ମନ୍ଦିର ଫେରିଥିଲେ। ଏହି ହେରା ପଞ୍ଚମୀ ସମାରୋହ ଦେଖିବାକୁ ବହୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

mobile

Leave A Reply

Your email address will not be published.

error: Content is protected !!