ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ଗାଁରେ ହୋଇଥିବା ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା।
ମହିଳାଙ୍କ ଅଭିଯୋଗ ମୁତାବକ, ଫାଇବର୍ ଫ୍ୟାକ୍ଟ୍ରି ଯୋଗୁ ପଞ୍ଚାୟତବାସୀଙ୍କର ବହୁ ଅସୁବିଧା ହେଉଛି। ଫ୍ୟାକ୍ଟ୍ରିରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁ ବୃଦ୍ଧ ବୃଦ୍ଧା, ଛୋଟ ପିଲାଙ୍କ ଦେହ ସବୁ ବେଳେ ଖରାପ ହେବା ସହ ମାନସିକ ଓ ଶାରୀରିକ ଚାପ ପଡୁଛି। ବୁଧବାର ଏହି ଫ୍ୟାକ୍ଟ୍ରିରୁ ଟାଟା ଏସି ଯୋଗେ ବାହାରକୁ କେମିକାଲ ଜାତୀୟ ଦ୍ରବ୍ୟ ଯାଉଥିବା ବେଳେ ମହିଳା ମାନେ ବିରୋଧ କରିଛନ୍ତି। ଏଥିସହ ପୂର୍ବ ସରପଞ୍ଚ ଓ ବର୍ତ୍ତମାନର ନୂତନ ସରପଞ୍ଚ ସାହିରେ ଫ୍ୟାକ୍ଟ୍ରି ତିଆରି ନେଇ କୌଣସି ଆଦେଶ ଦେଇ ନଥିବା ବେଳେ ଏ ଫ୍ୟାକ୍ଟ୍ରି କିପରି ଗଢି ଉଠିଛି ସେ ନେଇ ମହିଳାମାନେ ପ୍ରଶ୍ନ କରିଛନ୍ତି।
ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ତୀବ୍ର ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା
