ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରୁ ରବିବାର ପୂର୍ବାହ୍ନରୁ ଲୋକାଲ ସେଲ କୋଇଲା ପରିବହନ ଆରମ୍ଭ ହୋଇଛି। ତେବେ କୋଇଲା ପରିବହନ ନିମନ୍ତେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ କରାନଯାଇ ବସ୍ତା ମଧ୍ୟରେ ଟ୍ରକ୍ ଚଳାଚଳକୁ ସ୍ଥାନୀୟ ଅଧିବାସୀ ତୀବ୍ର ବିରୋଧ କରିଛନ୍ତି। ଖଣିରୁ କୋଇଲା ବୋଝେଇ ଗୋଟିଏ ଟ୍ରକ୍ ବସ୍ତି ରାସ୍ତାରେ ଯିବା ପରେ ବସ୍ତିବାସିନ୍ଦା ଏକଜୁଟ୍ ରାସ୍ତାରୋକ କରିଥିଲେ। ଅପରାହ୍ନରୁ ଶତାଧ୍ଵକ ପୁରୁଷ/ମହିଳା ଧାରଣାରେ ବସିଥିଲେ। ତହସିଲଦାର୍ ପତିତପାବନ ଦେବତାଙ୍କ ଉପସ୍ଥିତିରେ ପାଲଲହଡା ଏସ୍ଡିପିଓଙ୍କ ସମେତ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣାଯାଇଛି । ସଂଧ୍ୟାରେ ବସ୍ତି ରାସ୍ତାରେ ପୁଲିସ୍ ପଇଁତରା ମାରୁଥିବା ବେଳେ ଏନଟିପିସି ପୁଲିସ୍ ଧାରଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। ସେପଟେ ବସ୍ତି ବାସିନ୍ଦାଙ୍କ କହିବା କଥା ଯେ, ସେମାନେ ଲୋକାଲ୍ ସେଲ୍କୁ ବିରୋଧ କରୁ ନାହାନ୍ତି । ବରଂ ବସ୍ତି ରାସ୍ତାରେ କୋଇଲା ଟ୍ରକ୍ ଚଳାଚଳକୁ ବିରୋଧ କରୁଛନ୍ତି। କୋଇଲା ଟ୍ରକ୍ ପରିବହନ ପାଇଁ ନୂତନ ରାସ୍ତା କିମ୍ବା ଜାତୀୟ ରାଜପଥରେ ଏହି କୋଇଲା ଟ୍ରକ୍ ଚଳାଚଳ କରୁ ବୋଲି ଅଧ୍ୟାବାସୀ ଅଡ଼ିବସିଛନ୍ତି। ପୁଲିସ୍ ଲଗାଇ ବଳପୂର୍ବକ ବସ୍ତ ରାସ୍ତାରେ ଭାରୀଯାନ ଯାତାୟାତ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧାରଣାକାରୀ ଚେତାଇ ଦେଇଛନ୍ତି । ରାତି ପ୍ରାୟ ୮ଟାରେ ବିଜିଗୋଳ ପଂଚାୟତ ସମିତି ସଭ୍ୟା ବିନତୀ ନାଏକ ଖଣି ମହାପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀଙ୍କ ବିରୋଧରେ ଏନଟିପିସି ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।
ବସ୍ତି ରାସ୍ତାରେ ଲୋକାଲ୍ ସେଲ୍କୁ ବିରୋଧ
- Post published:September 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
