ଅନୁଗୁଳ: ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୩ ଚାଷୀ । ରବିବାର ଭୋର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଦେବଗଡ଼ ରାସ୍ତା ମାମୁରିଆ ଗାଁରେ ଘଟିଛି ଏହି ଦୁର୍ଘଟଣା । ଚାଷୀମାନେ ଦେବଗଡ଼ ଜିଲ୍ଲାରୁ ଟମାଟୋ ନେଇ କଟକକୁ ବିକ୍ରି କରିବାକୁ ଆସୁଥିବାବେଳେ ଏକ ଗାଡି ସାଇଡ ମାରିବାରୁ ପିକଅପଟି ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଲକୁ ଓଲଟି ପଡିଥଲା । ଗାଡିରେ ବସିଥିବା ୩ ଜଣ ଚାଷୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ
- Post published:January 31, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
