ଯୁବକକୁ ନିର୍ମମ ହତ୍ୟା

You are currently viewing ଯୁବକକୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଂଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କଟାଯିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି।କଟାଯାଇ ହତ୍ୟା କରାଯାଇଛି। ବନ୍ତଳା ବଜାର ହାଟ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ବନ୍ତଳା ବଜାରର କାଶୀନାଥ ବେହେରା(୩୫) ବୋଲି ଜଣାପଡିଛି।
ଗତକାଲି ରାତି ପ୍ରାୟ ୮ ବେଳକୁ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ କାଶୀନାଥ।ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ।ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ମଧ୍ୟାହ୍ନ ବେଳେ ଦିନ ହାଟ ନିକଟରେ ଥିବା ଚଣା କ୍ଷେତକୁ ଗ୍ରାମର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ଏକ ବିଲରେ କାଶୀନାଥଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ବନ୍ତଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ୍ ଆସିଲେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି ବନ୍ତଳା ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ପ୍ରକାଶ କରିଛନ୍ତି।

Share

Leave a Reply