ଅନୁଗୁଳରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୫ ହଜାରରୁ ଅଧିକ ମାମଲାର ସମାଧାନ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୫ ହଜାରରୁ ଅଧିକ ମାମଲାର ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧୀକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଦାଲତରେ ମୋଟ ୫,୧୮୪ଟି ବିଚାରାଧୀନ ମାମଲା ଏବଂ ୭୫ଟି ପ୍ରାକ୍‌ ମକଦ୍ଦମାର ସମାଧାନ କରାଯାଇଛି।

ଏହି ସମାଧାନ ମଧ୍ୟରେ ୨୩ଟି ମୋଟର ଯାନ ଦୁର୍ଘଟଣା ମାମଲାରେ ସର୍ବାଧିକ ୧ କୋଟି ୫୯ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ୧୩ଟି ଚେକ୍ ବାଉନ୍ସ ମାମଲାରେ ୩୬.୭୧ ଲକ୍ଷ ଏବଂ ୯ଟି ଶ୍ରମ ବିବାଦରେ ୪୫.୮୪ ଲକ୍ଷ ଟଙ୍କାର ସମାଧାନ ହୋଇଛି। ଏଥିସହ ୬୬ଟି ଦେୱାନୀ, ୩୫ଟି ପାରିବାରିକ ଓ ୪,୮୫୯ଟି ରାଜସ୍ୱ ମାମଲାର ଫଇସଲା ହୋଇଛି।

ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳର ବିଭିନ୍ନ ଅଦାଲତ, ତହସିଲ ଓ ବ୍ୟାଙ୍କ ଏଥିରେ ସାମିଲ ହୋଇଥିଲେ। ପ୍ରାଧୀକରଣର ସଚିବ ବିଶ୍ୱକଲ୍ୟାଣୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାରପତି, ସରକାରୀ ଓକିଲ ଓ ଆଇନଜୀବୀମାନେ ଉପସ୍ଥିତ ରହି ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ।

Share

Leave a Reply