ଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

You are currently viewing ଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ଆନ୍ତର୍ଜାତୀୟ ଓଜନ ସ୍ତର ସଂରକ୍ଷଣ ଦିବସ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଗରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି ପକ୍ଷରୁ ଜରଡା ହାଇସ୍କୁଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ସଚେତନତା ସଭା ଓ ଓପନ କୁଇଜ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ସ୍କୁଲର ପ୍ରଧାନଶିକ୍ଷକ ବିନୋଦ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡ଼ିଶା ଜୈବ ବିବିଧତା ବୋର୍ଡର ସଦସ୍ୟ ପ୍ରସନ୍ନ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଜନ ସ୍ତର ବିଭିନ୍ନ କାରଣରୁ ହେଉଥିବା କ୍ଷୟ ଏବଂ ଏହାର ନିରାକରଣର ଉପାୟ ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମ୍ବାଦିକ ସୁନୀଲ ଦଳବେହେରା ଏବଂ ସହକାରୀ ଶିକ୍ଷକ ତରଣିସେନ ସାହୁ, ମଦନ ସାହୁ ପ୍ରମୁଖ ଆଲୋଚନାରେ ଓଜନ ସ୍ତର ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ଅଧିକ ପରିବେଶଧର୍ମୀ ହେବାକୁ ପରାମର୍ଶ ଦେଇଥିଲେ। ଦୈନନ୍ଦିନ ଜୀବନରେ ପ୍ରଦୂଷଣକୁ ପ୍ରତିରୋଧ କରିବା ପାଇଁ ୫ଟି ଆରର ମହତ୍ତ୍ଵକୁ ଆପଣେଇବା ପାଇଁ କହିଥିଲେ। ପ୍ରତ୍ୟେକ ଅଦରକାରୀ ଓ ବର୍ଯ୍ୟବସ୍ତୁ ବ୍ୟବହାରକୁ ପ୍ରତ୍ୟେଖାନ କରିବା, ଅଳ୍ପ ବ୍ୟବହାର କରିବା, ପୁନଃ ବ୍ୟବହାର କରିବା, ପୁନଃ ଉପୋଯୋଗ କରିବା ଏବଂ ପୁନଃ ଚକ୍ରଣ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଓଜନ ସ୍ତର ସମ୍ବନ୍ଧୀୟ ଏକ ଓପନ କୁଇଜ୍ କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ମନୋଜ ସାହୁ ପରିଚାଳନା କରିଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମିତିର ସଂଯୋଜକ ଯଶୋବନ୍ତ ସାହୁ ଆୟୋଜନ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ସୁବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply