ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମା ସହ ତାଳଚେର, ଆଠମଲ୍ଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳଠାରେ ସେପ୍ଟେମ୍ବର ୧୯ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ବିଚରାଧୀନ ମୋକଦମା ବିଚାର କରାଯିବ। ଫୌଜଦାରି, ଚେକବାଉଁଶ, ବ୍ୟାଙ୍କ ଋଣ ଖୁଲାପି ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି ବିବାଦ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ମାମଲା, ବୈବାହିକ ବିବାଦ, ଜମି ଅଧଗ୍ରହଣ, ଚାକିରୀରେ ଦରମା ଭତ୍ତା ଓ ଅବସର କାଳୀନ ପ୍ରାପ୍ୟ ପ୍ରଭୃତି ମାମଲା ଆପୋଷ ସହମତିରେ ସମାଧାନ କରାଯିବ । ଏହାଛଡା ସାଲିସଯୋଗ୍ୟ ଫୌଜଦାରି ଓ ଅନ୍ୟାନ୍ୟ ଦେୱାନୀ ମୋକଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ଲୋକଅଦାଲତରେ ହୋଇପାରିବ । ତେଣୁ ଏହାର ସବିଶେଷ ବିବରଣୀ ନିମନ୍ତେ ଜିଲା ଆଇନ ସେବା ପ୍ରାଧ୍ଵକରଣ ଅନୁଗୋଳ ଓ ତାଲୁକା ଆଇନସେବା କମିଟି ସହ ଯୋଗାଯୋଗ କରିବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି |
ଜାତୀୟଲୋକ ଅଦାଲତ ୧୯ରେ
- Post published:September 16, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul