କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ନଗର କ୍ଲବର ୨୦୨୫-୨୬ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି। କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି କମିଟି ମନୋନୀତ ହୋଇଛି।
ନୂତନ କମିଟିର ସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ, ଉପସଭାପତି ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ଜ୍ଞାନ ରଞ୍ଜନ ଜ୍ୟୋତିଷ, ସହ ସମ୍ପାଦକ କାହ୍ନୁ ଚରଣ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ଶୁଶାନ୍ତ କୁମାର ପ୍ରଧାନ ମନୋନୀତ ହୋଇଛନ୍ତି। ଏହାସହ ହିମେନ୍ଦ୍ର ସାହୁ, ପ୍ରବୀଣ କୁମାର ସାହୁ, ଦୁଷ୍ମନ୍ତ କୁମାର ସାହୁ, ଚନ୍ଦନ କୁମାର ପ୍ରଧାନ, କାହ୍ନୁ ଚରଣ ସାହୁ, ଅକ୍ଷୟ କୁମାର ସାହୁ, ସିପୁନ କୁମାର ସାହୁ, ସିପୁନ କୁମାର ବିଶ୍ବାଳ ଓ ସୁବ୍ରତ କୁମାର ବିଶ୍ବାଳ ସଦସ୍ୟ ଭାବେ ଚୟନିତ ହୋଇଛନ୍ତି।