ଆଠ ମାସ ହେଲାଣି ଦରମା ପାଇ ନାହାନ୍ତି ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

You are currently viewing ଆଠ ମାସ ହେଲାଣି ଦରମା ପାଇ ନାହାନ୍ତି ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଅନୁଗୁଳ: ଆଠ ମାସ ହେଲା ଦରମା ନ ମିଳିବାରୁ ଆସନ୍ତା ସୋମବାର ଠାରୁ ରାଜରାସ୍ତାକୁ ଓହ୍ଲାଇବେ ମିଶନଶକ୍ତିର ପଞ୍ଚାୟତ ସ୍ତରୀୟ କର୍ମଚାରୀ। ମିଶନ ଶକ୍ତି ବିଭାଗରେ କାର୍ଯ୍ୟ କରୁଥିବା ପଞ୍ଚାୟତର ଏମ୍ ବି କେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ପରି ୬ ଗୋଟି ବିଭାଗର କର୍ମଚାରୀ ଦରମା ନ ପାଇ ଦୁଃଖରେ କାଳାତିପାତ କରୁଛନ୍ତି। ଏଣୁ ଦରମା ପାଇଁ ସେମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମଙ୍ଗଳବାର ଅଲ ଓଡ଼ିଶା ଜି.ପି.ଏଲ.ଏଫ କର୍ମୀ ସଂଘ, ମିଶନଶକ୍ତି ବିଭାଗର ଆହ୍ଵାନ କ୍ରମେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସ୍ଥାନୀୟ ବିଡିଓ ଏବଂ ମିଶନ ଶକ୍ତିର ବ୍ଲକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଭାବରେ ତୁରନ୍ତ ବକେୟା ଦରମା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ସେମାନଙ୍କ କହିବାନୁଯାୟୀ, ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନୂତନ ସରକାର ସେମାନଙ୍କୁ ଆଜି ଯାଏ ଦରମା ଟଙ୍କା ଦେଇ ନାହାନ୍ତି। ବାରମ୍ବାର ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ। ତେଣୁ ରାଜ୍ଯ କମିଟି ନିଷ୍ପତ୍ତି ମୁତାବକ ଆଜି ଠାରୁ ପଞ୍ଚାୟତ କାମ ବନ୍ଦ କରିବା ସହିତ ଦାବି ପୂରଣ ନହେଲେ ଆସନ୍ତା ୯ ତାରିଖ ସୋମବାର ଦିନ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଉପଖଣ୍ଡର ସମସ୍ତ ପଞ୍ଚାୟତସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply