ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ

You are currently viewing ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର (କ) ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ କରି ଗୁରୁବାର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, ସିଆରପି, ଏମବିକେଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ଗାଁ ଲୋକ ତାଲା ପକାଇଦେଇଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା କରାଯାଇଛି। ଆଜି ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ପାଳନ ହେବା ପରେ ଗାଁ ଲୋକେ ପହଞ୍ଚି ସମସ୍ତ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ। ତେବେ ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ତାଲା ଖୋଲା ଯାଇଥିବା ଜଣାଯାଇଛି।

Share

Leave a Reply