ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଯୁବ ନେତା ଅରୁଣାଭ ସିଂହ, ୨୮ ଜିଲ୍ଲା ପରିଷଦ ଯୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ। ଏମସିଏଲ, କୁରୁମିଠା, ଥର୍ମାଲ, କିଶୋରିପାଳ ଦଳ ସେମି ଫାଇନାଲକୁ ଉନ୍ନିତ ହୋଇଥିଲେ। ଫାଇନାଲ୍ ମ୍ୟାଚଟି ଥର୍ମାଲ ଓ କୁରୁମିଠା ମଧ୍ୟରେ ହୋଇଥିଲା। ଥର୍ମାଲକୁ ହରାଇ କୁରୁମିଠା ଦଳ ଚାମ୍ପିୟନ ହୋଇଥିଲା। ଅତିଥିମାନେ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ
- Post published:October 17, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
