ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

You are currently viewing ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ: ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତର କୁଈଓ ଜଙ୍ଗଲ ମୌଜା ଏବଂ କୁଈଓ ଗ୍ରାମବାସୀ।

ସେମାନଙ୍କ କହିବାନୁସାରେ, ପ୍ରଶାସନ ପକ୍ଷରୁ ଏବେ ଯାଏଁ ଗାଁକୁ ପିଇବା ପାଣି ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏଣୁ ଭରତପୁର ଏମ୍‌ସିଏଲ୍ ପ୍ରତି ବର୍ଷ ମାର୍ଚ୍ଚ ଠାରୁ ମେ ମାସ ଯାଏଁ ତାଙ୍କ ଗାଁକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଥାଏ। କିନ୍ତୁ ଏବେ ଖରା ଦିନ ହୋଇଥିଲେ ବି ଭରତପୁର ଏମ୍‌ସିଏଲ୍ ପକ୍ଷରୁ ପାନୀୟ ଜଳ ଯୋଗାଯାଇନାହିଁ। ଫଳରେ ମୁଣ୍ଡ ଫଟା ଖରାରେ ସେମାନେ ପିଇବାକୁ ମୁଣ୍ଡେ ଭଲ ପାଣି ପାଉନାହାନ୍ତି। ଏ ନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ଭରତପୁର ଏମ‌୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିନାହିଁ। ଏଣୁ ବାଧ୍ୟ ହୋଇ ଆଜି ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଗ୍ରାମବାସୀ କହିଛନ୍ତି ।

Share

Leave a Reply