ଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

0

ଅନୁଗୁଳ: ଅନୁଗୁଳ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସହରରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି। ସହରର ଏହି ଉପରମୁହାଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ସକାଳ ପରିବା ପାଇଁ ସହରରେ ଗହଳି ଲାଗୁଥିବା ବେଳେ ଭିଡ଼ କମାଇବା ପାଇଁ ଗୁରୁବାରଠୁ ଷ୍ଟାଡିୟମ୍‌ରେ ପରିବା ବଜାର ଖୋଲିବାକୁ ସ୍ଥିର ହୋଇଛି। ଷ୍ଟାଡିୟମ୍ ଭିତରେ ମୋଟ୍ ୧୦୦ଟି ଷ୍ଟଲ୍‌ ଖୋଲିବ । ପ୍ରତି ଷ୍ଟଲ୍ ମଧ୍ୟରେ ୩୦ ଫୁଟ ବ୍ୟବଧାନ ରହିବ। ଯଦ୍ଵାରା ସାମାଜିକ ଦୂରତ୍ଵ ରକ୍ଷା ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଜାରି କରାଯାଇଛି। ଅନୁଗୁଳ ସହରରେ କିନ୍ତୁ ପ୍ରହସନ ପାଲଟିଛି ଲକଡାଉନ୍। ମୁଖ୍ୟତଃ ପୂର୍ବାହ୍ନରେ ପରିବା କିଣିବା ପାଇଁ ଲୋକଙ୍କ ହାଉଯାଉ ଭିଡ଼ ହେଉଛି । ମେଡିକାଲ ଛକ ଠାରୁ ଦୈନିକ ବଜାର ପର୍ଯ୍ୟନ୍ତ ରାସ୍ତା ଲୋକାରଣ୍ୟ ପାଲଟି ଯାଉଛି । ଏହି ଭିଡ଼ କମାଇବା ପାଇଁ ଜିଲ୍ଲା ପ୍ରଶାସନ ଷ୍ଟାଡିୟମ୍‌ରେ ପରିବା ମାର୍କେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛି । ଏଣିକି ଦୈନିକ ବଜାର ଓ ମେଡିକାଲ୍ ସମ୍ମୁଖ ରାସ୍ତାରେ ବସୁଥିବା ବଜାର ଷ୍ଟାଡିୟମ୍‌ରେ ଖୋଲିବ । ଏଥିପାଇଁ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ ମହାପାତ୍ର, ଦୋଳଗୋବିନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର ଅନୁଗୁଳ ଦୁର୍ଯ୍ୟୋଧନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବଅଁରପାଳ ସୁଶାନ୍ତ ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ ପୌର କର୍ମଚାରୀ, ପୁଲିସ୍ ପହଞ୍ଚି ଷ୍ଟାଡିୟମ୍‌ରେ ଷ୍ଟଲ୍ ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.

error: Content is protected !!