ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସୋମବାର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖା ପାଇଁ ଅପେକ୍ଷିତ ଶିଶୁଙ୍କ ଅଭିଭାବକମାନେ ଯୋଗଦାନ କରିଥିଲେ। ଏ ଅବସରରେ ପରିଚାଳନା କମିଟିର ସଦସ୍ୟା ମଞ୍ଜୁଶ୍ରୀ ସାହୁ ଦୀପ ପ୍ରଜ୍ଜଳନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ପରେ ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା ଭାରତୀୟ ଶିକ୍ଷା ଓ ପାଶ୍ଚାତ୍ୟ ଶିକ୍ଷାର ସମାଜ ଉପରେ ପ୍ରଭାବର ଏକ ତୁଳନାତ୍ମକ ବିଶ୍ଳେଷଣ ଉପସ୍ଥାପନ କରିଥିଲେ। ଆଚାର୍ଯ୍ୟା ସୁଷମା ସାହୁ ଓ ବିଳାସିନୀ ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ବାଟିକା ପ୍ରମୁଖ ମମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ୧୮ ଜଣ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଶାନ୍ତି ମନ୍ତ୍ର ସହ ବନ୍ଦେ ମାତରଂ ପାଠ ହୋଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଶିଶୁ ବିଦ୍ୟା ମନ୍ଦିରରେ ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Post published:March 14, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
