ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ

You are currently viewing ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ବୁଧବାର ସର୍କିଟ ହାଉସ୍ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଶୁନ ମୃତ୍ୟହାର ଏବଂ ଦୁର୍ଘଟଣା ହାର କମାଇବା ପାଇଁ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଅନୁଗୁଳ ଜିଲ୍ଲା ବିଭିନ୍ନ ରାଜପଥ ସହିତ ସଂଯୋଗ ହୋଇଥିବାବେଳେ ଏଠାରେ ବିଭିନ୍ନ କଳକାରଖାନା ଗଢି ଉଠିଥିବା ଯୋଗୁଁ ଭାରିଯାନ ଗୁଡିକର ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ସେଥିପାଇଁ ଇଂଜିନିୟରିଂ, ଏନଫୋର୍ସମେଣ୍ଟ, ଏଜୁକେସନ ଓ ଏମରଜେନସି କେୟାର ଆଦିର କାର୍ଯ୍ୟକାରୀତାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାରେ ସଡକ ସୁରକ୍ଷାର ରୂପରେଖ, ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତଥା ଜିଲ୍ଲାପ୍ରଶାସନ ଦ୍ବାରା ପ୍ରସ୍ତାବିତ ପଦକ୍ଷେପ ସମ୍ପର୍କରେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ଏନ୍‌କେ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଜିଲ୍ଲା ପରିଷଦର ମୁଖ୍ୟଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଟାମଡା ଅଧ୍ୟକ୍ଷ ଅବନୀ କୁମାର ସାହୁ, ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ସଭ୍ୟ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ, ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Share

Leave a Reply