ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

You are currently viewing ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

ଅନୁଗୁଳ: ବର୍ଷା ଜଳ ଉପରେ ନିର୍ଭର ନକରି ଉଠା ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ପାର୍ବତୀଗିରି ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି।

ଉକ୍ତ ଯୋଜନା ମାଧ୍ୟମରେ ମୋଟ ୧୦୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ କଟକ ଓ ଅନୁଗୁଳ ଜିଲ୍ଲାର ୨,୬୩,୮୦୧ ହେକ୍ଟର ଜମିକୁ ଜଳ ସେଚନର ସହାୟତା ଯୋଗାଇ ଦିଆଯିବ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ୪୬୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଟକ ଓ ଅନୁଗୁଳ ଜିଲ୍ଲାର ଚାଷୀଙ୍କ ବିକାଶରେ ଏହା ସହାୟକ ହେବ। ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକର ବ୍ରାହ୍ମଣୀ ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ସ୍ଥାନୀୟ ଏକ ହୋଟେଲରେ ଏଥିନେଇ ଅନୁଗୁଳ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରା ଯାଇଥିଲା।ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଅନୁଗୁଳ ବିଧାୟକଙ୍କ ନୋମିନି ଅରୁଣାଭ ସିଂହ,କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଓ ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply