ଘର ଡିହ ପଟ୍ଟା ଯୋଗାଇ ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦୁଇଟି ୱାର୍ଡବାସୀଙ୍କ ଦାବି ପତ୍ର ପ୍ରଦାନ

0

ଅନୁଗୁଳ: ଅନୁଗୁଳ ପୌରପାଳିକା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳର ୧୨, ୧୫ ନମ୍ବର ୱାର୍ଡରେ ରହୁଥିବା ବାସିନ୍ଦାଙ୍କୁ ଏ ପର୍ଯ୍ଯନ୍ତ ଥଇଥାନ କି ଘର ଡିହ ପଟ୍ଟା ମିଳି ନଥିବାରୁ ସେଠାକାର ମହିଳାମାନେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ମହିଳାଙ୍କର ମୁଖ୍ୟ ଦାବି ଗୁଡ଼ିକ ହେଲା, ଘର ଡିହ ବାବଦକୁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା ଏବଂ ଆବାସ ଯୋଜନାରେ ଯୋଗ୍ୟ ମାନଙ୍କୁ ବାସଗୃହ ଯୋଗାଇଦେବା। ଯଥା ଶୀଘ୍ର ଦାବି ପୂରଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ତେବେ ସେମାନଙ୍କ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!