ଭୁବନେଶ୍ୱର: ଆଜି କାଲି ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଲୋକ ଘରେ ସିସିଟିଭି କ୍ୟାମେରା ଲଗାଉଛନ୍ତି। ଏହା ଘର ମାଲିକଙ୍କ ଅନୁପସ୍ଥିତିରେ ମଧ୍ୟ ଘରକୁ ସୁରକ୍ଷା ଯୋଗାଇଥାଏ। ତେବେ ସିସିଟିଭି କ୍ୟାମେରା ଘରେ ଲଗାଇବା ପୂର୍ବରୁ କେତେକ ଜିନିଷ ଉପରେ ଗୁରୁତ୍ୱ ଦେବା ଉଚିତ। ଆସନ୍ତୁ ଜାଣିବା ସେ ବିଷୟରେ…
- କ୍ୟାମେରା କିଣିବା ବେଳେ କ୍ୟାମେରାର ରେଞ୍ଜ କ’ଣ ତାହା ଚେକ୍ କରନ୍ତୁ। ଅତିକମରେ ୨୦-୨୫ ମିଟର ରେଞ୍ଜ ଥିବା କ୍ୟାମେରା କିଣନ୍ତୁ। ଯଦି ରେଞ୍ଜ ଭଲ ରହିଥାଏ ତେବେ ଦୂର ଜିନିଷ ଦେଖିବା ସହଜ ହୁଏ। ତେବେ ଏହି ରେଞ୍ଜ ଇମେଜ୍ ସେନ୍ସର ସହିତ ଲେମ୍ବର ଫୋକାଲ ଲେନଥ ଉପରେ ମଧ୍ଯ ନିର୍ଭର କରେ।
- ସିସିଟିଭି କ୍ୟାମେରା କିଣିବା ପୂର୍ବରୁ କ୍ୟାମେରାର ଭିଡିଓ କ୍ବାଲିଟି ଯାଞ୍ଚ କରନ୍ତୁ। ଭିଡିଓ କ୍ବାଲିଟି ଅତି କମରେ 1080p କିମ୍ବା 720p ହେବା ଉଚିତ, ରେଜୋଲ୍ୟୁସନ ଯେତେ ଅଧିକ ହେବ ଭିଡିଓ କ୍ବାଲିଟି ମଧ୍ୟ ସେତିକି ଭଲ ହେବ।
- କ୍ୟାମେରାର ଷ୍ଟୋରେଜ୍ ମଧ୍ଯ ଅତି ଗୁରୁତ୍ବପୂର୍ଣ୍ଣ। କିଣିବା ବେଳେ ଏହାର ଇନବିଲଡ ଷ୍ଟୋରେଜ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। ନଚେତ୍ ଆପଣଙ୍କୁ ଏକ ଅଲଗା ଏସଡି କାର୍ଡ ଭର୍ତ୍ତି କରିବାକୁ ପଡିବ। ଏଥିପାଇଁ ୩୨, ୬୪ ଏବଂ ୧୨୮ ଜିବି କିମ୍ବା ଅଧିକ ଷ୍ଟୋରେଜ୍ ଥିବା ଏସଡି କାର୍ଡ ବ୍ୟବହାର କରିପାରିବେ।
- ଯଦି ଆପଣଙ୍କ ବଜେଟ୍ ଅଧିକ ଅଛି, ତେବେ ଆପଣ ଏଭଳି ଏକ ସିସିଟିଭି କ୍ୟାମେରା କିଣିପାରିବେ ଯାହା ମୋସନ୍ ସେନ୍ସର ସହିତ ଆସେ। ଏଭଳି ସିସିଟିଭି କ୍ୟାମେରାର ମୂଲ୍ୟ ସାଧାରଣ କ୍ୟାମେରା ତୁଳନାରେ ଟିକେ ଅଧିକ ରହିଥାଏ। ଏହି କ୍ୟାମେରା କୌଣସି ଅନାବଶ୍ୟକ ସାଉଣ୍ଡ କିମ୍ବା ଗତିବିଧିକୁ ଚିହ୍ନଟ କରିଥାଏ ଏବଂ ଆପ୍ ମାଧ୍ଯମରେ ୟୁଜର୍ସଙ୍କୁ ଆଲର୍ଟ ନୋଟିଫିକେସନ ମଧ୍ଯ ପଠାଇଥାଏ।