ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

You are currently viewing ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

ଅନୁଗୁଳ: ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ହଜାର ହଜାର କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କୁ ପାଛୋଟି ଆଣିଥିଲେ।

ପ୍ରଥମେ ଶ୍ରୀ ପଟ୍ଟନାୟକ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତାପରେ ଏକ ଖୋଲା ଜିପରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲେ। କଂଗ୍ରେସ ଭବନଠାରେ ପହଞ୍ଚିବା ପରେ ତୋପ ସଲାମୀ ଦିଆଯାଇ ସଭାସ୍ଥଳକୁ ନିଆଯାଇଥିଲା।

କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶରତ ପଟ୍ଟନାୟକ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ କାମ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ନଅରୁ ନବେ ଆସନ ଜିତି ନିଶ୍ଚିତ ସରକାର ଗଠନ କରିବ ବୋଲି ଦୃଢତା ପ୍ରକାଶ କରିଥିଲେ।

ସଭାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରା, ଆଇଏନଟିୟୁସିର ଉପସଭାପତି କିଶୋର ଜେନା, ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ବିଜୟ ଚାଉଳିଆ ଓ ସୁବ୍ରତ ଗଡନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

Share

Leave a Reply