୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

You are currently viewing ୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଘଣ୍ଟପଡା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। କିନ୍ତୁ ଏବେ ଯାଏଁ ତାଙ୍କ ସମସ୍ୟାର ସମାଧାନ କରାଯାଇନାହିଁ। ଯଦି ତାଙ୍କ ଦାବିକୁ ଖୁବଶୀଘ୍ର ପୂରଣ କରାନଯାଏ ତେବେ ଆଗାମୀ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଘଣ୍ଟପଡା ପଞ୍ଚାୟତବାସୀ ମଙ୍ଗଳବାର ନୂତନ ଉପଜିଲ୍ଲାପାଳଙ୍କୁ ଭେଟି ଜଣାଇଛନ୍ତି। ଏ ଅବସରରେ ସେ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ପୂର୍ବରୁ ପଞ୍ଚାୟତବାସୀ ଗତ ୨୨ ତାରିଖରେ ପ୍ରଶାସନ ଓ ଏମସିଏଲ ବିଭିନ୍ନ ଅଧିକାରୀଙ୍କୁ ଆନ୍ଦୋଳନ ପାଇଁ ଦାବିପତ୍ର ଜରିଆରେ ଅବଗତ କରାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ, ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳ, ନାଏବ ସରପଞ୍ଚ ରାଜୀବ ଦାସ, ୱାର୍ଡମେମ୍ବର ସୈରେନ୍ଦ୍ରି ସାହୁ, ମନ୍ଦାକିନୀ ନାଏକ, ଅମ୍ରିତା ସିଙ୍ଗ, ସମାଜସେବୀ ବିଭୂତି ସାହୁ, ଶିବାନନ୍ଦ ଥମ୍ବ, ବିକାଶ ସାହୁ, ଜିନେସ ସାହୁ, ନାଲିଆ ସାହୁ, ବିକ୍ରମ ପ୍ରଧାନ, ଚଗଲୁ ସାହୁ, ବିଶ୍ଵରଞ୍ଜନ ପ୍ରଧାନ, କାର୍ତ୍ତିକ ପଟ୍ଟନାୟକ, କଦଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply