ତାଳଚେରରେ ବ୍ରାହ୍ମଣୀ ନଦୀ ପାର ହୋଇ ଫସଲ ଉଜାଡ଼ିଲେ ହାତୀପଲ, ରାତି ଅଧିଆ କଲେ ବ୍ୟାପକ କ୍ଷୟକ୍ଷତି

You are currently viewing ତାଳଚେରରେ ବ୍ରାହ୍ମଣୀ ନଦୀ ପାର ହୋଇ ଫସଲ ଉଜାଡ଼ିଲେ ହାତୀପଲ, ରାତି ଅଧିଆ କଲେ ବ୍ୟାପକ କ୍ଷୟକ୍ଷତି

ତାଳଚେର: ସୋମବାର ବିଳମ୍ବିତ ରାତିରେ ୨୫ ପଟ ବଣୁଆ ହାତୀ ବ୍ରାହ୍ମଣୀ ନଦୀପାର ହୋଇ ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମରେ ପଶି ଧାନ କିଆରୀକୁ ଦଳିଚକଟି ଦେବା ଫଳରେ ବ୍ୟାପକ ଧାନ ନଷ୍ଟ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ପରେ ତାଳଚେର ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ସହାୟତାରେ ନିଆଁହୁଳା, ବାଜା ଓ ବାଣ ଫୁଟାଇ ହାତୀପଲଙ୍କୁ ନଦୀ ଆର ପାଖକୁ ଘଉଡ଼ାଇ ଦେଇଥିବା ବନାଞ୍ଚଳ ଅଧିକାରିଣୀ ସୂଚନା ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବିଗତ ବର୍ଷରେ କ୍ରମାଗତ ଭାବେ ଏହି ହାତୀପଲ ନଦୀପାର ହୋଇ କଙ୍କିଳି ଗ୍ରାମ ଓ ଏହାର ଆଖପାଖ ଗ୍ରାମରେ ପଶି ଧାନଫସଲ, ପନିପରିବା ନଷ୍ଟ କରିବା ସହ ବାଡ଼ିବଗିଚା ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି। ଏ ନେଇ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply