ଛେଣ୍ଡିପଦା: ଛେଣ୍ଡିପଦା ଥାନା ସନ୍ତରାବନ୍ଧ ମହିଷାମର୍ଦ୍ଦିନୀ ପୀଠ ନିକଟରେ ବିଦ୍ୟୁତ ବିଭାଗ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ କୋଶଳା ଗ୍ରାମର ବରୁଣ ବେହେରାଙ୍କ ପୁଅ ସରୋଜ ବେହେରା (୨୬) ଓ ଘନ ବେହେରାଙ୍କ ପୁଅ ଚିକୁ ବେହେରା (୨୧) ଏକ ବାଇକ୍ ଯୋଗେ ଚାଙ୍ଗୁଡିଆରୁ କୋଶଳା ଆସୁଥିବା ବେଳେ କୋଶଳାରୁ ଚାଙ୍ଗୁଡିଆ ଯାଉଥିବା ବିଦ୍ୟୁତ ବିଭାଗର ପିକଅପ ଭ୍ୟାନ ସହିତ ସନ୍ତରାବନ୍ଧ ମହିଷାମର୍ଦ୍ଦିନୀ ପୀଠ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ଯୋଗେ କଟକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ
ଖବର ପାଇ ଘଟଣା ସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭର ଫେରାର ଥିବା ଜଣାଯାଇଛି।
ପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର
