ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

You are currently viewing ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନରେ ବସିଥିବା ପକୋଣ୍ଡା ଅଞ୍ଚଳର ଜନକ ନାୟକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଜନକଙ୍କ ଭାଇ ଦୁର୍ଯ୍ୟୋଧନ ନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ନମ୍ବର ୧୫୪/୨୫ ରେ ଏକ ମାମଲା ରୁଜୁ କରିଛି।

ପୁଲିସ ସୂଚନା ମୁତାବକ, ଏକ ପିକଅପ୍ ଭ୍ୟାନ (ଓଡି ୧୬ ଏନ ୦୯୮୭ )ରେ ଜନକ ଓ ଚାଳକ ସାପଘରା ଅଭିମୁଖେ ଯାଉଥିବା ବେଳେ ଗାଡ଼ି ଗଛରେ ପିଟି ହୋଇଯାଇଥିଲା। ଫଳରେ ଜନକ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share

Leave a Reply