ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

You are currently viewing ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କାଳିଆକଟା ଜଙ୍ଗଲ ରାସ୍ତାରେ ରବିବାର ରାତିରେ ଚଢ଼ାଉ କରି ଚୋରା କୋଇଲା ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ କାଳିଆକଟା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏକ ପିକଅପରେ ଚୋରା କୋଇଲା ଚାଲାଣ ହେଉଥିବା ନେଇ ଖବର ପାଇଥିଲେ। ଖବର ପାଇ ପୋଲିସ କାଳିଆକଟା ଜଙ୍ଗଲ ରାସ୍ତା ଠାରେ ଜଗି ରହିଥିଲେ। ପିକଅପ ଭ୍ୟାନ ପହଞ୍ଚିବା ପରେ ପୋଲିସକୁ ଦେଖି ପିକଅପର ଚାଳକ ଓ ସହଯୋଗୀ ନିକଟସ୍ଥ ଜଙ୍ଗଲ ଦେଇ ଖସି ପଳାଇ ଯାଇଥିଲେ। ପରେ ପୋଲିସ ପିକଅପକୁ ଯାଞ୍ଚ କରିବା ପରେ ସେଥିରେ ଚୋରା କୋଇଲା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ପୋଲିସ କୋଇଲା ଭର୍ତ୍ତି ପିକଅପକୁ ଜବତ କରି ଥାନାକୁ ଆଣିଥିଲେ। ଏ ନେଇ ନିଶା ଶିଳ୍ପାଞ୍ଚଳ ଥାନା କେସ ନଂ ୨୮୯/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି।

Share

Leave a Reply