ନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

You are currently viewing ନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ପାଳଲହଡ଼ା ପୋଲିସ ଦ୍ୱlରା ନିସ୍ତୁକ ମାଡ଼ ମରାଯାଇ ଥିବା ଆଦିତ୍ୟ ବେହେରାଙ୍କ ପରିବାରକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ବିଜେପି କର୍ମୀମାନେ ଆଦିତ୍ୟଙ୍କ ପତ୍ନୀ ମମତା ସେଠୀ, ବାପା ନକୁଳ ବେହେରା ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।

ଆଦିତ୍ୟଙ୍କ ପତ୍ନୀ ମମତା କହିଛନ୍ତି, ଗତ ୮ ତାରିଖ ରାତି ପ୍ରାୟ ୧୨ ଟାରେ ସେ ଓ ଆଦିତ୍ୟ ଶୋଇଥିବା ବେଳେ ପୋଲିସ ଜବରଦସ୍ତି ତାଙ୍କ ଶୋଇବା ଘରେ ପଶି ଅଶାଳୀନ ଭାଷାରେ ଗାଳି ଦେବା ସହ ସ୍ୱାମୀଙ୍କୁ ନେଇ ଯାଇଥିଲେ। ତାଙ୍କୁ ନେବାର କାରଣ ମଧ୍ୟ ଜଣାଇନଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ପାଳଲହଡ଼ା ପୋଲିସ ଆଦିତ୍ୟଙ୍କୁ ନେଇଛି ଓ ଚୌକି ବସାଇ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ସେ ପାଣି ମାଗିବାରୁ ତାଙ୍କୁ ପରିସ୍ରା ପିଇବାକୁ କହିଥିଲେ ପୋଲିସ। ଦୁଇ ଦିନ ଧରି ତାଙ୍କ ଛାତି, ବେକ, ମୁଣ୍ଡ ଓ ଗୋଡ଼ ଗଣ୍ଠିକୁ ପୋଲିସ ପ୍ରବଳ ପିଟିଛନ୍ତି।

ପରେ ସେ ନିର୍ଦ୍ଦୋଷ ବୋଲି ଜାଣିବାରୁ ସାଦା କାଗଜରେ ଦସ୍ତଖତ କରି ସିଡିରୁ ପଡ଼ି ଯାଇଛି ବୋଲି କହିବୁ ନଚେତ ତୋ ପରିବାରକୁ ଉଠାଇ ଆଣିବୁ ବୋଲି ଧମକ ଦେଇଛନ୍ତି।ତେବେ ସନ୍ଦେହରେ ପୋଲିସର ଏଭଳି ଥାର୍ଡ ଡିଗ୍ରୀ ଓ ହସ୍ପିଟାଲ ନ ନେବାକୁ ଅତ୍ୟନ୍ତ ଅମାନୁଷିକ ଓ ବର୍ବୋରଚିତ ବୋଲି ବିଜେପି ନେତା ଅଶୋକ ମହାନ୍ତି କହିଛନ୍ତି। ଏ ନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଅନୁଗୁଳ ଏସପିଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଣୁ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ବୋଲି ବିଜେପି କହିଛି।

ଏହି ବିଜେପି ପ୍ରତିନିଧି ଦଳରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦନ ସ୍ବରାଜ, ଖମlର ମଣ୍ଡଳ ସଭାପତି ଗୌର ଚନ୍ଦ୍ର ପ୍ରଧାନ, ପବିତ୍ର ନଗର ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, କଣିହାଁ ସଭାପତି ଅlଡ଼ଭୋକେଟ ତ୍ରିପୁରlରି ପ୍ରଧାନ ଜିଲ୍ଲା, କମିଟି ସଦସ୍ୟ ଶିଶିର ନନ୍ଦ, ଆଦିତ୍ୟ ସାହୁ, ଡମ୍ବରୁଧର ପ୍ରଧାନ, ଛବି ସାହୁ, ରୁଦ୍ର ନାରାୟଣ ସାହୁ ପ୍ରମୁଖ ଥିଲେ।

Share

Leave a Reply