ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୂତନ ହାଟ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ପଞ୍ଚାୟତ ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛେଣ୍ଡିପଦାର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଭଉଣୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଆମ୍ବ, ଅଁଳା, ଜାମୂଁ,ହରିଡା, ବାହାଡା, ଲିମ୍ବ ସହ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଲଗାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ବିଡ଼ିଓ ତ୍ରିବିକ୍ରମ କୁମୁରା, ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନ, ଓଲେମ ସଦସ୍ୟ ସଞ୍ଜୟ ସାହୁଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।